ଚୁଡ଼ି ପିନ୍ଧିଲେ କିଛି ନିୟମ ମାନିବାକୁ ପଡ଼େ

ଚୁଡ଼ି ପିନ୍ଧିଲେ କିଛି ନିୟମ ମାନିବାକୁ ପଡ଼େ


ହାତର ଚୁଡ଼ି ମହିଳାମାନଙ୍କ "ଷୋହଳ ଶୃଙ୍ଗାରର" ଏକ ପ୍ରମୁଖ ଅଂଶ ହୋଇଥାଏ । ଚୁଡ଼ି ସେମାନଙ୍କ ହାତର ଶୋଭା ବଢାଇଥାଏ। କିନ୍ତୁ ଆପଣ ଜାଣନ୍ତିକି ଏହା ପଛରେ ଅନେକ ଧାର୍ମିକ କାରଣ ଥିବା ସହ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ପ୍ରଚଳିତ ପ୍ରଥା ଅନୁଯାୟୀ ଦେବୀ ମା'ଙ୍କୁ ଚୁଡ଼ି ଓ ସିନ୍ଦୁର ଦାନ କଲେ ଅଶେଷ ପୁର୍ଣ୍ଣ୍ୟ ଫଳ ମିଳିଥାଏ। ବୁଧ ଗ୍ରହଙ୍କ ଆଶୀର୍ବାଦ ପାଇବା ପାଇଁ ମଧ୍ୟ ମହିଳାମାନଙ୍କୁ ସବୁଜ ରଙ୍ଗର ଚୁଡ଼ି ଦାନ କରାଯିବାର ପ୍ରଥା ମଧ୍ୟ ଆମ ସମାଜରେ ଅଛି । ଚୁଡ଼ି ପିନ୍ଧିବା ପଛରେ ଧାର୍ମିକ ମହତ୍ୱ ଥିବା ସହ ବୈଜ୍ଞାନିକ କାରଣ ମଧ୍ୟ ଲୁଚି ରହିଥାଏ ।

  • ହାତରେ ଚୁଡ଼ି ପିନ୍ଧିବା ଦ୍ୱାରା ଫୁସଫୁସ ବା ହୃଦରୋଗ ହେବାର ଆଶଙ୍କା ବହୁ ମାତ୍ରାରେ କମିଯାଇଥାଏ ।
  • ଚୁଡ଼ି ପିନ୍ଧିବା ଦ୍ୱାରା ମାନସିକ ସନ୍ତୁଳନ ଭଲ ରହିବା ସହ ଏକାଗ୍ରତା ମଧ୍ୟ ବଢିଥାଏ । ଫଳରେ ମହିଳା ଜଣକ ନିଷ୍ଠାର ସହ ନିଜ କାମ ଶେଷ କରିପାରେ ।
  • ବିଜ୍ଞାନ ଅନୁଯାୟୀ ଚୁଡ଼ି ଘର୍ଷଣ ଦ୍ୱାରା ଶରୀରରେ ଏକ ପ୍ରକାର ଉର୍ଜା ବୃଦ୍ଧି ହୋଇଥାଏ । ଶରୀରରରୁ ଥକାପଣ ମେଣ୍ଟିବା ସହ ଫୁର୍ତ୍ତି ଆଣିଥାଏ ।
  • ଚୁଡି ପିନ୍ଧିବା ଦ୍ୱାରା ଏହା ମଣିବନ୍ଧକୁ ସ୍ପର୍ଶ କରିଥାଏ। ତେଣୁ ଏହା ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।
    ଜ୍ୟୋତିଷ ମାନଙ୍କ ଅନୁଯାୟୀ କାଚ ଚୁଡ଼ିରୁ ବାହାରୁ ଥିବା ଧ୍ୱନି ଚାରିପାଖର ନକାରାତ୍ମକ ଶକ୍ତିକୁ ନଷ୍ଟ କରି ଦେଇଥାଏ ।
  • ପାପୁଲିର ତଳେ ୬ ଇଞ୍ଚର ଆକ୍ୟୁପଞ୍ଚର ପଏଣ୍ଟ ରହିଥାଏ । ଚୁଡ଼ି ପିନ୍ଧିବା ଦ୍ୱାରା ଏହା ଉପରେ ପ୍ରଭାବ ପଡି ଶରୀର ସୁସ୍ଥ ରହିବା ସହ ଶରୀରର ଏକ ପ୍ରକାର ଚମକ ଆସିଥାଏ ।

ବିଭିନ୍ନ ପ୍ରକାରର ନୀତି ନିୟମରେ ଆମର ଜୀବନ ଗଢା ହୋଇଥାଏ ଓ ଏହି ବହୁମୂଲ୍ୟ ଜୀବନକୁ ଏକ ଗୁରୁତ୍ବପୂର୍ଣ୍ଣ ଅର୍ଥ ଦେଇଥାଏ ମଣିଷର ବ୍ୟକ୍ତିତ୍ବ । ଏହି ବ୍ୟକ୍ତିତ୍ବର ପରିପ୍ରକାଶ ହୁଏ ତାର ସଂସ୍କାରରୁ। ସଂସ୍କାର ପାଇବାକୁ ହେଲେ ମଣିଷ ତାର ଜୀବନ ଶୈଳୀକୁ ଏକ ମାର୍ଜିତ ଭାବରେ ଓ ଆଧ୍ଯାତ୍ମିକ ସ୍ପର୍ଶ ରେ ତ୍ବରାନ୍ବିତ କରିବାକୁ ହେବ। 

ଗୋଟିଏ ମହିଳା ସମ୍ପୂର୍ଣ୍ଣ ଭାବରେ ଗୋଟିଏ ପରିବାରକୁ ପରିଚାଳନା କରିଥାଏ। ତେଣୁ ଗୋଟିଏ ପରିବାରର ଉନ୍ନତି ଓ ସମୃଦ୍ଧି ଏକ ନାରୀ ଉପରେ ନିର୍ଭର କରେ। ତେଣୁ ନାରୀ ସଂସ୍କାର ଓ ବ୍ୟବହାର ଦ୍ୱାରା ଘରର ସମୃଦ୍ଧି ଆଣି ପାରିଥାନ୍ତି।

ଆଜିର ଏହି ଲେଖାରେ ଆମେ ଜାଣିବା ଯେ ଯଦି ଗୋଟେ ନାରୀ ଭୁଲ ଭାବରେ ଚୁଡ଼ି, ଶଙ୍ଖା ପିନ୍ଧେ ତେବେ ଏହା ଦ୍ବାରା କଣ ଘଟିଥାଏ ? 

  • ଚୁଡି ମୁଖ୍ୟ ରୂପରେ ଗୋଲ ଆକୃତିର ହୋଇଥାଏ। ଏହା ଚନ୍ଦ୍ର ଓ ବୁଧଙ୍କ ପ୍ରତୀକ ଅଟେ।
  • ବୈବାହିକ ଜୀବନ ଓ ସୌନ୍ଦର୍ଯ୍ୟ ସହ ସମ୍ବନ୍ଧ ରଖିଥିବା କାରଣରୁ ଏହା ଶୁକ୍ରଙ୍କ ପ୍ରତୀକ ମଧ୍ୟ ଅଟେ।

  • କେବେବି ହାତରେ ତମ୍ବା କିମ୍ବା ରୂପାର ଚୁଡ଼ି ବା କଡା ପିନ୍ଧନ୍ତୁ ନାହିଁ | ଯଦି ନିହାତି ଆବଶ୍ୟକ ପଡ଼େ ପୂଜାପର୍ବାଣି, ହୋମଯଜ୍ଞ, ଗ୍ରହଶାନ୍ତି ପାଇଁ ରୂପାର ଚୁଡ଼ି,କଡ଼ା ବା କଙ୍କଣ ଗୋଟିଏ ହାତରେ ପିନ୍ଧି ପାରିବେ | କିନ୍ତୁ ତମ୍ବାର ନୁହଁ |
  • ମଙ୍ଗଳବାର, ଗୁରୁବାର ଦିନ ନୂଆଚୁଡ଼ି ପିନ୍ଧନ୍ତୁ ନାହିଁ | 
  • କେବେ ବି ମଙ୍ଗଳବାର ଓ ଶନିବାର ଦିନ ଚୁଡି କିଣନ୍ତୁ ନାହିଁ।
  • ନୂଆ ଚୁଡି ପିନ୍ଧିବା ପୂର୍ବରୁ ମା ଗୌରୀଙ୍କୁ ସର୍ମପଣ କରିବା ଉଚିତ।
  • ଚଉକାଠ,ଦୁଆରବନ୍ଧ ରେ ବସିକି ଚୁଡ଼ି ପିନ୍ଧନ୍ତୁ ନାହିଁ | ଆଜିକାଲିତ ଏରୁଣ୍ଡି ପ୍ରାୟ ବନଉ ନାହାଁନ୍ତି ତଥାପି ସେହି ଜାଗାରେ ବସି ଚୁଡ଼ି ପିନ୍ଧନ୍ତୁ ନାହିଁ |
  • ଦକ୍ଷିନଦିଗକୁ ମୁହଁ କରି ଚୁଡ଼ି ପିନ୍ଧନ୍ତୁ ନାହିଁ | ଦରିଦ୍ରତା ଆସିଥାଏ |
  • ସବୁଚୁଡ଼ି ହାତରୁ ଖୋଲି ନୂଆଚୁଡ଼ି ପିନ୍ଧନ୍ତୁ ନାହିଁ | ସ୍ୱାମୀ ଉପରେ ଖରାପ ପ୍ରଭାବ ପଡିଥାଏ | ପ୍ରଥମେ ନାଲିରଙ୍ଗ କିମ୍ବା ହଳଦୀରଙ୍ଗର ସୂତା ହାତରେ ଗୁଡ଼ାଇ ଚୁଡ଼ି ଖୋଲନ୍ତୁ ତାପରେ ଚୁଡ଼ି ପିନ୍ଧନ୍ତୁ | 
  • ଆଉ ମଧ୍ଯ ଆପଣ ଯେତେବେଳେ ଚୁଡି ପିନ୍ଧୁଛନ୍ତି ସେତେବେଳେ ଧ୍ୟାନ ଦିଅନ୍ତୁ କି କେଶ ଯେମିତି ଖୋଲା ନରହେ । ଚୁଟି ଛାଡ଼ି ଚୁଡ଼ି ପିନ୍ଧନ୍ତୁ ନାହିଁ। ସବୁବେଳେ ଚୁଟି ବାନ୍ଧି ଚୁଡ଼ି ପିନ୍ଧିବା ଦରକାର। 
  • ଯଦି ଆପଣଙ୍କ ଛୋଟ ଚୁଟି ଅଛି ଓ ଆପଣ ବାନ୍ଧି ପାରୁ ନାହାଁନ୍ତି ତେବେ ମୁଣ୍ତରେ ପଣତ କାନି ପକାଇ ଚୁଡ଼ି ପିନ୍ଧିବାକୁ ଚେଷ୍ଟା କରନ୍ତୁ। ନ ହେଲେ ଆପଣଙ୍କ ଅମଙ୍ଗଳ ହୋଇପାରେ ଓ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।
  • ଯଦି ପିନ୍ଧିଥିବା ଚୁଡି ଫାଟିଯାଏ କିମ୍ବା ଚଡକି ଯାଏ ତେବେ ଏହାକ ପିନ୍ଧନ୍ତୁ ନାହିଁ, ଏହା ଦ୍ୱାରା ଆପଣଙ୍କ ବାପା,ଭାଇ ଓ ସ୍ୱାମୀ କରଜରେ ବୁଡି ରୁହନ୍ତି | ତେଣୁଏହାକୁ ତୁରନ୍ତ ହାତରୁ କାଢ଼ି 3ଥର ଚୁମ୍ବନ ଦେଇ ଜଳସ୍ରୋତରେ ପକାଇ ଦିଅନ୍ତୁ | 
  • ଚୁଡ଼ି ପିନ୍ଧି ସାରିବା ପରେ ସଙ୍ଗେ ସଙ୍ଗେ ହାତକୁ ଧୁଅନ୍ତୁ ନାହିଁ | ପ୍ରଥମେ ପଣତ କାନିରେ 3ଥର ସାଉଁଳି ଦିଅନ୍ତୁ |
  • ନୂଆଚୁଡ଼ି ପିନ୍ଧିସାରିବା ପରେ ଘରେ ଥିବା ଗୁରୁଜନମାନଙ୍କୁ ପ୍ରଥମେ ମୁଣ୍ଡିଆ ମାରି ଆର୍ଶୀବାଦ ନିଅନ୍ତୁ |   
  • ଚୁଡ଼ି ପିନ୍ଧି ସାରିବା ପରେ ସୁନ୍ଦର ଦେଖା ଯାଉଛିକି ନାହିଁ କାହାକୁ ବି ପଚାରନ୍ତୁ ନାହିଁ |
  • ନିଜର ପିନ୍ଧିଥିବା ଚୁଡ଼ି କାହାକୁ ଦିଅନ୍ତୁ ନାହିଁ ବା କାହାର ପିନ୍ଧା ଚୁଡ଼ି ନିଜେ କାହାଠାରୁ ଆଣନ୍ତୁ ନାହିଁ  | ଏପରି କରିବା ଦ୍ୱାରା ସ୍ୱାମୀଙ୍କ ଆୟୁଷ କ୍ଷୀଣ ହୋଇଥାଏ | 
  • ଯଦି ଆପଣଙ୍କ ଚୁଡ଼ି କାହାକୁ ପସନ୍ଦ ଆସିଥାଏ ତେବେ ନୂଆ କିଣିକରି ଦେଇପାରିବେ |
  • ଘରକୁ ନଣନ୍ଦ ଆସିଲେ ନୁଆଁଚୁଡ଼ି କିଣିଆଣି ନିଶ୍ଚୟ ଦିଅନ୍ତୁ |
  • ବାହାରେ ପଡିଥିବା ଚୁଡ଼ିକୁ କେବେବି ଉଠାନ୍ତୁ ନାହିଁ ବା ନିଜ ଘରକୁ ଆଣନ୍ତୁ ନାହିଁ | 
  • କେବେବି ଭାଙ୍ଗି ଯାଇଥିବା ଚୁଡିକୁ ଏପଟେ ସେପଟେ ପକାନ୍ତୁ ନାହିଁ। ଯଦି ଚୁଡି ଭାଙ୍ଗିଯାଏ ତେବେ ତାକୁ ତୁରନ୍ତ ପଣତ କାନିରେ ବାନ୍ଧି ଦିଅନ୍ତୁ ଓ ୩ ଥର ଚୁମ୍ବନ ଦିଅନ୍ତୁ। ଏହାପରେ ଏହାକୁ ଗୋଟିଏ ଜାଗାରେ ରଖି ପରେ ସୁବିଧା ଦେଖି ଜଳ ସ୍ରୋତରେ ପକାଇଦିଅନ୍ତୁ।
  • କେବେ ବି ଦୁଇ ହାତରେ ସମାନ ପରିମାଣର ଚୁଡି ପିନ୍ଧନ୍ତୁ ନାହିଁ। ଏମିତି କରିବା ଦ୍ୱାରା ପରିବାରର ଅଶୁଭ ହୋଇଥାଏ।
  • ସବୁବେଳେ ଡାହାଣ ହାତରେ ଗୋଟିଏ କିମ୍ବା ଦୁଇଟି ଚୁଡ଼ି ଅଧିକ ପିନ୍ଧନ୍ତୁ। ଓ ବାମ ହାତରେ ଡାହାଣ ହାତ ଅପେକ୍ଷା କମ୍‌ ଚୁଡି ପିନ୍ଧନ୍ତୁ । ଏମିତି କଲେ ଆପଣଙ୍କ ଶୁଭ ହୋଇଥାଏ।
  • ସର୍ବଦା ସକାଳ ଓ ସନ୍ଧ୍ୟା ସମୟରେ ନୂଆ ଚୁଡି ପିନ୍ଧିବା ଉଚିତ।
  • ଶାସ୍ତ୍ରରେ ଏହା ଉଲ୍ଲେଖ ରହିଛି ଯେ ସୂର୍ଯ୍ୟାସ୍ତ ସମୟରେ ବା ସୂର୍ଯ୍ୟାସ୍ତ ପୂର୍ବରୁ ଚୁଡ଼ି ପିନ୍ଧିବା ଅନୁଚିତ୍‌। ଏହି ସମୟରେ ଚୁଡି ପିନ୍ଧିବା ଦ୍ୱାରା ଘରକୁ ଦୁଃଖ ଯନ୍ତ୍ରଣା ଆସିଥାଏ ଓ ପରିବାରର ଅମଙ୍ଗଳ ହୋଇଥାଏ। 
  • ଯଦି ନିହାତି ଆବଶ୍ୟକ ପଡେ ଆପଣ ସନ୍ଧ୍ୟା ପରେ ବା ସୂର୍ଯ୍ୟାସ୍ତ ପରେ ଚୁଡ଼ିକୁ ରାତ୍ରୀ ସମୟରେ ପିନ୍ଧିପାରିବେ। ଭୁଲରେ ବି ସବୁବେଳେ ଏମିତି କରନ୍ତୁ ନାହିଁ।
  • ଚୁଡ଼ି ଫାଟିଥାଏ ତେବେ ଚୁଡ଼ିକୁ କାଢ଼ି ଦିଅ,ଭାଙ୍ଗି ଦିଅ କିମ୍ବା ଖୋଲିଦିଅ ସେଠାରେ ଏହି ଭାଷା ର ପ୍ରୟୋଗ କରନ୍ତୁ ନାହିଁ |
  • ଯଦି କାହାର ଚୁଡି ଚଡ଼କି ଯିବାର କିମ୍ବା ଫାଟି ଯିବାର ଦେଖନ୍ତି ତେବେ ତାଙ୍କୁ ଏହା ଜଣାନ୍ତୁ ନାହିଁ ବରଂ ଯାଇକି ଏହା ତାଙ୍କ ହାତରୁ ଖୋଲି ଦିଅନ୍ତୁ ଓ ଚୁଡି ପୁରୁଣା ହୋଇଯାଇଛି କହି ସିତଳୀ ଦେବାକୁ କୁହନ୍ତୁ। ଏହିପରି କହିବା ଦ୍ବାରା ଶୁଭ ହୋଇଥାଏ ଓ ଆପଣଙ୍କର ମଙ୍ଗଳ ମଧ୍ଯ ହୋଇଥାଏ।

ଚୁଡିର ବିଶେଷ ବ୍ୟବହାର :-

  • ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ସୁନା ଓ ରୂପାର ଚୁଡି ସମାନ ଭାବେ ମିଶାଇ ପିନ୍ଧନ୍ତୁ।

  • ବୈବାହିକ ଜୀବନରେ ସୁଖରେ ରହିବା ପାଇଁ ସର୍ବଦା ଲାଲ ଓ ଗୋଲାପୀ ରଙ୍ଗର ଚୁଡି ପିନ୍ଧନ୍ତୁ।

  • ଶୀଘ୍ର ବିବାହ କରିବା ପାଇଁ ମା ଦୁର୍ଗାଙ୍କୁ ଲାଲ ଓଢଣୀ ସହ ଲାଲ ରଙ୍ଗର ଚୁଡି ଅର୍ପଣ କରନ୍ତୁ।

  • ସନ୍ତାନ ପ୍ରାପ୍ତି ପାଇଁ ହଳଦିଆ ରଙ୍ଗର କାଚ ଚୁଡି ପିନ୍ଧନ୍ତୁ।

ଆଶା କରୁଛୁ ଏହି ଆର୍ଟିକିଲ୍‌ଟିରେ ଥିବା ଚୁଡ଼ି ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍‌ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ | 

ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |

ଧନ୍ୟବାଦ 

Post a Comment

0 Comments